ଶିକ୍ଷାବିତ୍ ତଥା ଗଣମାଧ୍ୟମ ପ୍ରତିନିଧିଙ୍କ ଙ୍କ ଦ୍ୱାରା ମାଟ୍ରିକ ଟପର୍ ସମ୍ବର୍ଦ୍ଧିତ

ରିପୋର୍ଟ- ମାଗୁଣୀ ମିଶ୍ର, ଭଞ୍ଜନଗର

ଭଞ୍ଜନଗର: ଭଞ୍ଜନଗର ସହରରେ ଥିବା ଅଗ୍ରଣୀ ଅନୁଷ୍ଠାନ ସତ୍ୟସାଇ ବିଦ୍ୟାବିହାର ଶିକ୍ଷା କ୍ଷେତ୍ରରେ ଏକ ବିପ୍ଳବ ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଅନୁଷ୍ଠାନର କୃତି ଛାତ୍ରୀ ଶୁଭଶ୍ରୀ ସ୍ୱାଇଁ ମାଟ୍ରିକ ପରୀକ୍ଷାରେ ୫୫୨ ନମ୍ବର ଅର୍ଥାତ ଶତକଡା ୯୨% ନମ୍ବର ରଖି ‘ଏ ‘ ଗ୍ରେଡ଼ ରେ କୃତିତ୍ୱ ହାସଲ କରିଥିବାରୁ ଭଞ୍ଜନଗର ଅଞ୍ଚଳର ବରିଷ୍ଠ ସାମ୍ବାଦିକ ତଥା ଶିକ୍ଷାବିତ ଶ୍ରୀଯୁକ୍ତ ମାଗୁଣି ମିଶ୍ର ତାଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରି ଏକ ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି।

ବିଦ୍ୟାଳୟର ପାର୍ଥନା ସଭାରେ ବିଦ୍ୟାଳୟର ମୁଖ୍ୟ ପରିଚାଳକ ଶ୍ରୀ ବିଜୟ ପ୍ରଧାନଙ୍କ ଉପସ୍ଥିତିରେ ଗତକାଲି ଶ୍ରୀ ମିଶ୍ର ଏହି ପୁରସ୍କାର ପ୍ରଦାନ କରିଥିବାରୁ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି। ପ୍ରକାଶ ଥାଉକି ଶୁଭଶ୍ରୀଙ୍କ ବାପା ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଜଣେ ସାଧାରଣ ପାରିବା ବ୍ୟବସାୟୀ ହୋଇଥିବା ବେଳେ ଝିଅର ଏହି ସଫଳତା ପାଇଁ ବିଦ୍ୟାଳୟ ଓ ସାହିବାସିନ୍ଦା ଖୁସି ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *

और पढ़ें