କାର୍ ସହ ୧୦୨ କେଜି ଗଞ୍ଜେଇ ଜବତ,୩ ଗିରଫ

ରିପୋର୍ଟ-ମାଗୁଣୀ ମିଶ୍ର, ଭଞ୍ଜନଗର

ଭଞ୍ଜନଗର: ଭଞ୍ଜନଗର ପୋଲିସ ସୋମବାର ୩ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି।ସେମାନଙ୍କ ଠାରୁ ୧୦୨ କେଜି ଗଞ୍ଜେଇ,୨୨ ଶହ ଟଙ୍କା ଓ ଇନୋଭା କାର୍ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପୀତବାସ ମହାନ୍ତି,ଲକ୍ଷ୍ମଣ ଦାସ ଓ ଧ୍ରୁବ ଦଳ ମଲ୍ଲିକ। ଭଞ୍ଜନଗର ଥାନାରେ ଏକ ମାମଲା (ନଂ ୬୧୪/୨୬) ରୁଜୁ କରାଯାଇ ସେମାନଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ଏଏସପି ରଞ୍ଜନ କୁମାର ଦେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।ଭଞ୍ଜନଗର ଥାନା ଏସଆଇ ଲକ୍ଷ୍ମୀଧର ମହାନ୍ତି ସୋମବାର ଦୁର୍ଗାପ୍ରସାଦ ରାସ୍ତାରେ ଡ୍ୟୁଟି କରୁଥିଲେ।ଏହି ସମୟରେ କନ୍ଧମାଳ ଜିଲ୍ଲା ଆଡୁ କାର୍ ରେ ଆସୁଥିବା ୩ ଅଭିଯୁକ୍ତ ପୋଲିସ ଗାଡି ଦେଖି ଦ୍ରୁତ ଗତିରେ ଚାଲିଯାଇଥିଲେ। ପୋଲିସ ସନ୍ଦେହ ରେ ଉକ୍ତ ଗାଡିଟି କୁ ପିଛା କରି ଦୁର୍ଗାପ୍ରସାଦ ନିକଟରେ ଅଟକାଇଥିଲା।କାର୍ ଯାଞ୍ଚ କରିବାରୁ ଗଞ୍ଜେଇ ଥିବା ଜଣାପଡିଥିଲା। ସାମ୍ବାଦିକ ସମ୍ମିଳନୀ ରେ ଆଇଆଇସି ଜୀବନାନନ୍ଦ ଜେନାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

और पढ़ें