ରିପୋର୍ଟ-ମାଗୁଣୀ ମିଶ୍ର, ଭଞ୍ଜନଗର
ଭଞ୍ଜନଗର : ଦିନକୁ ଦିନ ରକ୍ତ ସଙ୍କଟ ସାରା ରାଜ୍ୟରେ ଦେଖାଯାଉଛି। ରକ୍ତାଭାବ ରୁ ରୋଗୀ ମୃତ୍ୟୁ ମଧ୍ୟ ଦେଖାଯାଉଛି। ଗ୍ରୀଷ୍ମପ୍ରବାହ କୁ ଦେଖି ଲୋକ ରକ୍ତ ଦାନ କରିବାକୁ ଭୟ ପ୍ରକାଶ କରୁଛନ୍ତି।କିନ୍ତୁ ଆଜିର ଡିଜିଟାଲ ଯୁଗର ଯୁବ ପୀଢ଼ି ରକ୍ତ ଦାନ କରି ସମସ୍ତଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିବା ସହ ଅନ୍ୟର ଜିବନ ମଧ୍ୟ ବଞ୍ଚାଇବାର ଦେଖାଯାଉଛି। ଆଜି ଭଂଜନଗର ଉପଖଣ୍ଡ ଚିକିତ୍ସାଳୟରେ ଦୁଇ ଜଣ ପ୍ରଶିକ୍ଷଣ ଛାତ୍ର ସ୍ଵେଚ୍ଛାକୃତ ଭାବେ ରକ୍ତ ଦେଇ ଜଣେ ଅଜଣା ଲୋକର ଜୀବନ ବଞ୍ଚାଇଛନ୍ତି। ସେମାନେ ହେଲେ ଭଞ୍ଜ କଲେଜ ଅଫ ନର୍ସିଂ ର ବି ଏସ ସି ତୃତୀୟ ବର୍ଷ ଛାତ୍ର ଆଦିତ୍ୟ ନାରାୟଣ ପାତ୍ର ଏଵଂ ଅଭିନାଶ ପଟ୍ଟନାୟକ। ରୋଗୀ ଜଣଙ୍କ ରକ୍ତ ପାଉନଥିବା ବେଳେ ବ୍ଲଡ ବ୍ୟାଙ୍କ ଇନ୍ ଚାର୍ଜ ସତିଶ ମୋହନ ପାଢ଼ୀ ଙ୍କ ଉପସ୍ଥିତିରେ ଦୁଇ ଜଣ ଛାତ୍ରଙ୍କ ସ୍ଵେଚ୍ଛାକୃତ ରକ୍ତ ଦାନ ସାଧାରଣ ମହଲରେ ପ୍ରଶଂସାର ବିଷୟ ପାଲଟିଛି। ଦୁଇ ଜଣ ଛାତ୍ର ଏକ ଅପରିଚିତ ରୋଗୀ ଚିତ୍ରସେନ ନାୟକ ଯିଏ ଦିର୍ଘ୍ ଦିନ ଧରି କିଡନୀ ରୋଗରେ ପୀଡ଼ିତ ଥିଲେ ତାଙ୍କ ରକ୍ତର ସ୍ତର କମ୍ ଥିବା ବେଳେ ସେମାନଙ୍କ ଏପରି ସାହସିକତା କାର୍ଯ୍ୟକୁ ମେଡିକାଲ ଅଧିକ୍ଷକ ଗୋବିନ୍ଦ ଚନ୍ଦ୍ର ମହାପାତ୍ର ଓ ମେଡିକାଲ ପରିଚାଳକ ବିଚିତ୍ର କୁମାର୍ ପାଣିଗ୍ରାହି ଶୁଭେଛା ପ୍ରଦାନ କରିବା ସହ ଯୁବ ପିଢ଼ିଙ୍କୁ ଏଭଳି ରକ୍ତଦାନ କରିବା ପାଇଁ ପରାମର୍ଶ ଦେଇଛନ୍ତି।









