ରିପୋର୍ଟ-ମାଗୁଣୀ ମିଶ୍ର,ଭଞ୍ଜନଗର
ଭଞ୍ଜନଗର: ଟାଟାପାୱାର ରେ କାର୍ଯ୍ୟରତ ଜଣେ ଆଉଟସୋ୍ରିଙ୍ଗ କର୍ମଚାରୀ ବିଦ୍ୟୁତ ଖୁଣ୍ଟରେ କାମ କରୁଥିବା ବେଳେ ଅଂଶୁଘାତରେ ହଟାତ ଦେହାନ୍ତ ହୋଇଯାଇଛି। ସୂଚନା ପ୍ରକାରେ, ଭଞ୍ଜନଗର ଲାଲସିଙ୍ଗି ବିଛୁଆତି ଗ୍ରାମର ପୁରୁଷତ୍ତମ ଜେନାଙ୍କ ପୁଅ ଦୁର୍ଗାମାଧବ ଜେନା ଭଞ୍ଜନଗର ଟାଟା ପାୱାରରେ ଜଣେ ଆଉଟ ସୋ୍ରିଙ୍ଗ କର୍ମଚାରୀ ଭାବେ କାମ କରୁଥିଲେ ଶୁକ୍ରବାର ଦିନ ସାର୍ଦୁଳ ନିକଟସ୍ଥ ଏକ ବିଦୂତ ଖୁଣ୍ଟରେ କାମ କରୁଥିବା ସମୟରେ ହଟାତ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରୁ ଅନ୍ୟ କର୍ମଚାରୀ ମାନେ ତାଙ୍କୁ ମେଡିକାଲ କୁ ଆଣିଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କାରିଛନ୍ତି। ବିଦ୍ୟୁତ ବିଭାଗର ଅନ୍ୟାନ୍ୟ କର୍ମଚାରୀ ମାନେ ମେଡିକାଲରେ ଉପସ୍ଥିତ ରହି ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ । ସରକାରୀ ସହାୟତା ପ୍ରଦାନ କରିବା ପାଇଁ ପରିବାର ଲୋକ ଦାବି କରିଛନ୍ତି।









