ସୋରଡ଼ା ବାରିକ ସମାଜ କୋଠଘରର ଭିର୍ତ୍ତୀ ପ୍ରସ୍ତର ସ୍ଥାପନ କଲେ ସୋରଡା ବିଧାୟକ ନୀଳମଣି

ସୋରଡ଼ା-ଆଜି ସୋରଡ଼ା ବ୍ଲକ ଅନ୍ତର୍ଗତ ହୁକୁମା ଗ୍ରାମପଞ୍ଚାୟତର ଭାଲିଆପଡ଼ା ଗ୍ରାମରେ ମାନ୍ୟବର ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗଦେଇ ନିଖିଳ ଉତ୍କଳ ବାରିକ ସମିତି ସୋରଡ଼ା ତାଲୁକା କୋଠ ଘର ନିର୍ମାଣ କାର୍ଯ୍ୟର ଭିର୍ତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ସମାଜର ଏକତା, ସାଂସ୍କୃତିକ ପ୍ରଗତି ଏବଂ ସାମାଜିକ କଲ୍ୟାଣ ଦିଗରେ ଏହା ଏକ ପ୍ରଶଂସନୀୟ ଓ ଐତିହାସିକ ପଦକ୍ଷେପ ।ଏହି ବାରିକ ସମାଜ କୋଠ ଘର ସମାଜର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ,ସଭାସମିତି ଏବଂ ସାମୂହିକ ଆଲୋଚନା ପାଇଁ ଏକ ମୁଖ୍ୟ କେନ୍ଦ୍ର ବିନ୍ଦୁ ସାଜିବ ।ଆଜିର ଏହି କାଯ୍ୟକ୍ରମ ରେ ବାରିକ ସମାଜର ବହୁ କର୍ମକର୍ତା ଉପସ୍ଥିତ ରହି ବିଧାୟକ ଙ୍କୁ ସ୍ୱାଗତ କରିବା ସହ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ ।

Leave a Reply

Your email address will not be published. Required fields are marked *

और पढ़ें