ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

କିରାଣୀରୁ ଅଫିସର: ପ୍ରଥମ ପ୍ରୟାସରେ ଓଏସରେ ବାଜିମାତ୍ କଲେ ସଂଘମିତ୍ରା

ରିପୋର୍ଟ -କୁମୁଦ ଚନ୍ଦ୍ର ବେହେରା,ବୁଗୁଡା

କଠିନ ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ଆଗରେ କୌଣସି ପ୍ରତିବନ୍ଧକ ତିଷ୍ଠି ପାରେନାହିଁ, ଏହାକୁ ପ୍ରମାଣିତ କରିଛନ୍ତି ଗଞ୍ଜାମ ଜିଲ୍ଲା ବୁଗୁଡା ଅଞ୍ଚଳର ଝିଅ ସଂଘମିତ୍ରା ପାତ୍ର। ଓଡିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ସମ୍ମାନଜନକ ଓଡିଶା ସିଭିଲ୍ ସର୍ଭିସେସ୍ (ଓସିଏସ)-୨୦୨୪ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଥିବା ବେଳେ ଏଥିରେ ପ୍ରଥମ ପ୍ରୟାସରେ ହିଁ ସଂଘମିତ୍ରା ୧୮୭ତମ ରାଙ୍କ ହାସଲ କରି ସଫଳତା ଅର୍ଜନ କରିଛନ୍ତି। ସେ ବର୍ତ୍ତମାନ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜ୍ (ଏଡିଜେ) କୋର୍ଟରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଥିବାରୁ, ତାଙ୍କର ଏହି ସଫଳତା ସମଗ୍ର ଅଞ୍ଚଳ ତଥା କୋର୍ଟ ପରିବାରକୁ ଗୌରବାନ୍ୱିତ କରିଛି। ବୁଧବାର ସଂଘମିତ୍ରାଙ୍କ ଏହି ବିରାଟ ସଫଳତାର ଖବର ପହଞ୍ଚିବା ପରେ କୋର୍ଟ ପରିସରରେ ଖୁସିର ଲହରୀ ଖେଳିଯାଇଥିଲା। ସହକର୍ମୀ ଓ ଆଇନଜୀବୀ ବନ୍ଧୁମାନେ ତାଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଦେବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ସଂଘମିତ୍ରାଙ୍କ ନିଜ ଘର ଗଞ୍ଜାମ ଜିଲ୍ଲା ବୁଗୁଡା ସ୍ଥିତ ନୂଆ ସାହିରେ। ତାଙ୍କ ପିତା ଧ୍ରୁବ ଚରଣ ପାତ୍ର ନିଜେ ଜଣେ କିରାଣୀ। ହୋଇଥିବା ବେଳେ ମାତା ଗୀତାଞ୍ଜଳି ପାତ୍ର ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ। ଘରର ବଡ଼ ଝିଅ ସଂଘମିତ୍ରା ପିଲାଦିନୁ ହିଁ ମେଧାବୀ ଥିଲେ। ସେ ଗଞ୍ଜାମ ଜିଲ୍ଲାର ସୁରଙ୍ଗୀ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରୁ ଯୁକ୍ତ ଦୁଇ (ବିଜ୍ଞାନ) ଶେଷ କରିବା ପରେ ବ୍ରହ୍ମପୁରର ଖ୍ୟାତନାମା ଶଶିଭୂଷଣ ରଥ (ଏସବିଆର) ମହାବିଦ୍ୟାଳୟରୁ ବିଜ୍ଞାନରେ ଯୁକ୍ତ ତିନି ଡିଗ୍ରୀ ହାସଲ କରିଥିଲେ। ପ୍ରଶାସନିକ ଅଧିକାରୀ ହେବାର ସ୍ୱପ୍ନ ନେଇ ସେ ୨୦୨୩ ମସିହାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ସିଭିଲ୍ ସର୍ଭିସ୍ କୋଚିଂ ନେଇଥିଲେ। ଚାକିରି ଜୀବନର ଆରମ୍ଭରେ ସେ ପ୍ରଥମେ ଲାଞ୍ଜିଗଡ଼ ବେଦାନ୍ତରେ ୪ ମାସ କାର୍ଯ୍ୟ କରିଥିଲେ। ଏହାପରେ ଗତ ମେ ୨୩ ତାରିଖ (୨୦୨୨)ରେ ସେ ଭଞ୍ଜନଗର କୋର୍ଟରେ କନିଷ୍ଠ କିରାଣୀ ଭାବେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। କାର୍ଯ୍ୟରେ ଯୋଗଦେବାର ମାତ୍ର କିଛି ଦିନ ମଧ୍ୟରେ ଏହି ବଡ଼ ସଫଳତା ଆସିବା ତାଙ୍କ ପରିବାରରେ ଆନନ୍ଦର ବାତାବରଣ ଖେଳାଇ ଦେଇଛି।

ନିଜର ଏହି ସଫଳତା ନେଇ ପ୍ରତିକ୍ରିୟା ରଖ୍ ସଂଘମିତ୍ରା କହିଛନ୍ତି ଯେ, “ଭଗବାନଙ୍କ ଅପାର କରୁଣା, ପିତାମାତାଙ୍କ ଆଶୀର୍ବାଦ ଏବଂ ପରିବାର ତଥା ସାଙ୍ଗସାଥୀଙ୍କ ନିରନ୍ତର ସହଯୋଗ ଯୋଗୁଁ ମୋତେ ପ୍ରଥମ ପ୍ରୟାସରେ ହିଁ ଏହି ସଫଳତା ମିଳିପାରିଛି।” ତେବେ ପ୍ରଥମ ଥରରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ସେ ନିଜର ଏହି ରାଙ୍କରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ନୁହନ୍ତି। ଆଗାମୀ ଦିନରେ ପୁଣିଥରେ ପରୀକ୍ଷା ଦେଇ ଅଧିକ ଉନ୍ନତ ରାଙ୍କ ହାସଲ କରିବାକୁ ସେ ଦୃଢ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି।

ସଂଘମିତ୍ରାଙ୍କ ଏହି ଉଲ୍ଲେଖନୀୟ ସଫଳତା ଆଜି ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତ ହେଉଥିବା ଅନେକ ଗ୍ରାମୀଣ ପ୍ରତିଯୋଗୀଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିଛି।

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!