ଜିଲ୍ଲାପାଳ ଓ ଆରାକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜଗନ୍ନାଥ ପ୍ରସାଦ :ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଜଗନ୍ନାଥ ପ୍ରସାଦ ବ୍ଳକ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ସାଧାରଣ ଲୋକମାନେ ନିଜ ନିଜ ସମସ୍ୟା ଓ ଅଭିଯୋଗ ଗୁଡିକୁ ସିଧାସଳଖ ଭାବେ ଜିଲ୍ଲା ପ୍ରଶାସନଙ୍କ ନଜରକୁ ଆଣିଥିଲେ l ଆଜିର ଶିବିରରେ ମୋଟ ୧୫୧ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୧୪୬ଟି ବ୍ୟକ୍ତିଗତ ଏବଂ ୫ଟି ସାମୁହିକ ଅଭିଯୋଗ ଥିଲା l

ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଦାଖଲ ହୋଇଥିବା ଅଭିଯୋଗ ପତ୍ର ଗୁଡିକର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ l ବିଭିନ୍ନ ଗାଁରୁ ଆସିଥିବା ଲୋକମାନେ ନିଜ ନିଜ ସମସ୍ୟା ଉପସ୍ଥାପନା କରିଥିଲେ l ବିଜ୍ଞାପିତ ଅଞ୍ଚଳ କଇଥସାହିରେ ଥିବା ଦୀର୍ଘ ଦିନର ସମସ୍ୟା ସ୍ଥାୟୀ ସ୍ମଶାନ ଘାଟ ତିଆରି ସମାଧାନ ପାଇଁ ସାମ୍ବାଦିକ ଧବଳେଶ୍ୱର ବେହେରା ଅଭିଯୋଗ ପତ୍ର ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନାଙ୍କୁ ଦେଇଥିଲେ l ତୁରନ୍ତ ସମାଧାନ ପାଇଁ ସ୍ଥାନୀୟ ବିଡିଓ ଶ୍ରୀ ମଲ୍ଲିକଙ୍କୁ ନିର୍ଦେଶ ଦେଇଥିଲେ l ଜିଲ୍ଲାପାଳ ସମସ୍ତ ଅଭିଯୋଗ ଶୁଣିବା ପରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସେଗୁଡିକ ସମାଧାନ କରିବାକୁ ନିର୍ଦେଶ ଦେଇଥିଲେ | ଏଥି ସହିତ ସର୍କାର ରିପୋଟର ଚିତ୍ତରଞ୍ଜନ ଗନ୍ତାୟତ ଏଲ. ଆଣ୍ଡ.ଟି କମ୍ପାନୀର ମନମୁଖୀ ଭାବରେ ରାସ୍ତା ଖୋଲିବାକୁ ନେଇ ବାରମ୍ବାର ଜଣାଇବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହଣ କରିନଥିଲେ ତାହାଙ୍କୁ ନେଇ ଆଜି ଅଭିଯୋଗ ହୋଇଥିଲା ତାହାର ସମାଧାନ ନିମନ୍ତେ ପାନୀୟ ଜଳଯୋଗାଣ ଯନ୍ତ୍ରୀଙ୍କୁ ତାଗିତ କରି ଯଥା ଶୀଘ୍ର କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିଲେ |

ଏହି ଶିବିରରେ ଜିଲ୍ଲାପାଳ କ୍ରିତିଭାଷନ୍.ଭି,ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର,ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଅତିରିକ୍ତ ଜିଲ୍ଲାପାଳ ଦୀପକ କୁମାର ଜେନା, ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନ୍ମଥ ନାଥ ମଲ୍ଲିକ, ତହସିଲଦାର ଅଶୋକ କୁମାର ମୁଦୁଲିଙ୍କ ଜିଇଲା ପଂଚାୟତ ଅଧିକାରୀ ପ୍ରହ୍ଲାଦ ପ୍ରଧାନ ସମେତ ବିଭିର୍ଣ୍ଣ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ l

Leave a Reply

Your email address will not be published. Required fields are marked *

और पढ़ें