ଡୁରା ସ୍ଥିତ ରାମ ନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଆଜି ବିଶ୍ଵ ରେଡ୍ କ୍ରସ୍ ଦିବସ ପାଳନ

ବ୍ରହ୍ମପୁର-୦୮/୦୫-ହେନେରୀ ଡୁନାଣ୍ଟଙ୍କ ଜନ୍ମତିଥି କୁ ସମଗ୍ର ବିଶ୍ଵ ତାଙ୍କ ବଦାନ୍ଯତା ଏବଂ ମାନବିକତା କୁ ମନେ ପକାଇ ପ୍ରତ୍ୟେକ ସ୍କୁଲ, କଲେଜ, ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଆଜିର ଦିନ ଟିକୁ ମହା ଆଡ଼ମ୍ବରରେ ପାଳନ କରାଯାଏ। ଡ. ଉଷା ରାଣୀ ବ୍ରହ୍ମା, ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟ ତଥା ଯୁବ ରେଡକ୍ରସ ସଂଯୋଜିକା ଙ୍କ ନେତୃତ୍ଵରେ ଏହି ଦିବସ ଟିକୁ ମହାବିଦ୍ୟାଳୟ ପ୍ରାଙ୍ଗଣରେ ପାଳନ କରାଯାଇଛି. ଏକସଭା ର ଆୟୋଜନ ହୋଇ ବହୁ ପରିମାଣରେ ସବୁ ବିଭାଗର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ. Solferino ଯୁଦ୍ଧରେ କ୍ଷତିଗ୍ରସ୍ତ ସୈନ୍ୟ ମାନଙ୍କୁ ସେବା ଯୋଗାଇବା ଏବଂ ତାଙ୍କ ପରିବାରଙ୍କୁ ଥଇଥାନ କରିବାରେ ଯେଉଁ ସହୋଯାଗ କରିଥିଲେ ତାହା ବିଶ୍ୱ ସାକ୍ଷୀ ରହିଛି ଏବଂ ସରକାରଙ୍କ ତରଫରୁ ବିଶ୍ଵ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିଥିଲେ. ଯେତେବେଳେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଘଟେ, ରକ୍ତ ଦାନ ର ଆବଶ୍ୟକତା ପଡ଼ିଥାଏ, ଦୁର୍ଘଟଣା ସମୟରେ ପ୍ରାଥମିକତା ଚିକିତ୍ସା ର ଆବଶ୍ୟକତା ରହିଥାଏ ସେତେବେଳେ ରେଡ୍ କ୍ରସ୍ ଆଗ କୁ ଆସି ସହାୟତା କରିଥାଏ lଆଜି ର ସଭା ରେ ଡ଼ ଉଷା ରାଣୀ ବ୍ରହ୍ମା ,ରେଡ୍ କ୍ରସ୍ ସଂଯୋଜିକା ଏବଂ ଅନେକ ରେଡ୍ କ୍ରସ୍ ସ୍ଵେଚ୍ଛାସେବୀ ମାନେ ଶପଥପାଠ କରିଥିଲେ ଯେ ସବୁ ଜରୁରୀ କାଳୀନ ପରିସ୍ଥିତି ରେ ବିପଦ ର ମୁକାବିଲା କରିବେ ଏବଂ ସେହି ସମୟରେ ଅସହାୟ ଙ୍କୁ ସାହାଯ୍ୟ ସହୋଯାଗ କରିବେ ଆଉ ରେଡ୍ କ୍ରସ୍ ର ମୁଖ୍ୟ ଉଦ୍ଦେଶ୍ୟ କୁ ସାକାର କରିବାକୁ ଶପଥ ନେଇଥିଲେ l

Leave a Reply

Your email address will not be published. Required fields are marked *

और पढ़ें