ରିପୋର୍ଟ- ମାଗୁଣୀ ମିଶ୍ର
ଭଞ୍ଜନଗର -୨୪/୪ : ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଐତିହାସିକ ଠାକୁରାଣୀ ଯାତ୍ରା। ୩ବର୍ଷକୁ ଥରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ତେଣୁ ଦୂରଦୂରାନ୍ତରୁ ଦର୍ଶକ ମାନଙ୍କ ସୁଅ ଛୁଟିଥାଏ। କୁଲାଡ଼ ରୁ ମା ବ୍ୟାଘ୍ରଦେବୀଙ୍କୁ ଆଡମ୍ବର ସହକାରେ ଅଣାଯାଏ ୩୦ରୁ ଅଧିକ ପଟୁଆର ଏବଂ ବହୁ ଶବ୍ଦ ଓ ଆଲୋକ ରଂଜିତ ବାଣ ଫୁଟାଯାଏ। ହଜାର ହଜାର ଲୋକଙ୍କ ସୁରକ୍ଷା ଏବଂ ଟ୍ରାଫିକ ସମସ୍ୟାକୁ ଆଖି ଆଗରେ ରଖି ଯାତ୍ରା ପରିଚାଳନା କମିଟି ଓ ସାମ୍ବାଦିକ ମାନଙ୍କୁ ନେଇ ଥାନା ପରିସରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଂଜନ କୁମାର ଦେ ଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କୁଲାଡ଼ ରୋଡ଼ ବେଲଗୁଣ୍ଠା ରୋଡ଼, ବ୍ରହ୍ମପୁର ରୋଡ଼, ଫୁଲବାଣୀ ରୋଡ଼ଦେଇ ଆସିବା ଦୁଇ ଚକିଆ ଗାଡି ଏବଂ ବଡ ଗାଡି ମାନଙ୍କ ପାର୍କିଙ୍ଗ ବ୍ୟବସ୍ତା କରାଯାଇଛି। ପରେ କମିଟି ସଦସ୍ତ ଓ ପୋଲିସ ଅଧିକାରୀ ମାନଙ୍କ ସହ ସହରର ଅନେକ ସ୍ଥାନରେ ସୁରକ୍ଷା ସହ ପାର୍କିଂ ବ୍ୟବସ୍ଥା ନେଇ ତଦାରଖ କରାଯାଇଥିଲା। ବୈଠକ ବେଳେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡ଼ ଦୀପକ କୁମାର ମିଶ୍ର, ଥାନାଧିକାରୀ ଜୀବନାନନ୍ଦ ଜେନା ଙ୍କ ବ୍ୟତୀତ ଅନ୍ୟ ଥାନା କର୍ମଚାରୀମାନେ ଉପସ୍ଥିତ ରହିଥିଲେ।









